ଧାନବାଦରେ ରେଳବାଇ ଟ୍ରାକ୍‌ମ୍ୟାନ୍‌ କାମ କରୁଛନ୍ତି ଆଇଆଇଟି-ମୁମ୍ବାଇର ଏମ୍‌. ଟେକ୍‌. ଡିଗ୍ରୀଧାରୀ ଶ୍ରବଣ କୁମାର

Advertisment
ଧାନବାଦରେ ରେଳବାଇ ଟ୍ରାକ୍‌ମ୍ୟାନ୍‌ କାମ କରୁଛନ୍ତି ଆଇଆଇଟି-ମୁମ୍ବାଇର ଏମ୍‌. ଟେକ୍‌. ଡିଗ୍ରୀଧାରୀ ଶ୍ରବଣ କୁମାର

Image Source: Hindustan Times

ଧାନବାଦ: ଆଇଆଇଟି-ମୁମ୍ବାଇରୁ ପାସ୍‌ କରିଥିବା ଜଣେ ଜଣେ ଯୁବକ ଧାନବାଦରେ ଭାରତୀୟ ରେଳବାଇରେ ‘ଡି’ ଗ୍ରୁପ୍‌ ଚାକିରେ ଯୋଗ ଦେଇ ଏବେ ଟ୍ରାକ୍‌ମ୍ୟାନ୍‌ ଭାବେ କାର୍ଯ୍ୟ କରୁଛନ୍ତି।

ଆଇଆଇଟି-ମୁମ୍ବାଇରୁ ବି. ଟେକ୍‌ ଏବଂ ଏମ୍‌. ଟେକ୍‌ ଡିଗ୍ରି ହାସଲ କରିଥିବା ଶ୍ରବଣ କୁମାର ନାମକ ସେ ଯୁବକ କହନ୍ତି, ରେଳବାଇରେ ଯୋଗ ଦେବାର ମୁଖ୍ୟ କାରଣ ହେଉଛି ଚାକିରିରେ ନିରପତ୍ତା ରକ୍ଷା କରିବା। ତାଙ୍କୁ ଟେଲ୍‌କୋର ପବ୍ଲିକ୍‌ ଓ୍ଵାର୍କସ୍‌ ଇନ୍‌ସ୍‌ପେକ୍ଟର୍‌ ଭାବେ ଚନ୍ଦ୍ରପୁର ଠାରେ ନିଯୁକ୍ତି ମିଳିଛି ଏବଂ ସେ ଚନ୍ଦ୍ରପୁର ଏବଂ ଟେଲ୍‌କୋ ସେକ୍‌ସନ୍‌ ମଧ୍ୟରେ ରେଳ ଧାରଣା ରକ୍ଷଣାବେକ୍ଷଣ କରୁଛନ୍ତି।

publive-image Image Source: Hindustan Times

ତାଙ୍କର ଯୋଗଦାନକୁ ଧାନବାଦ ରେଳବାଇ ଡିଭିଜନ୍‌ର ଅନେକ ବରିଷ୍ଠ ଅଧିକାରୀଙ୍କୁ ଆଚମ୍ବିତ କରିଛି। ସେମାନେ କେବେ ଭାବି ନ ଥିଲେ ଏଡ଼େ ଉଚ୍ଚ ଶିକ୍ଷିତ ଲୋକଟି ‘ଡି’ ପୋଷ୍ଟ୍‍ରେ ଯୋଗ ଦେବେ ବୋଲି।

ବିହାରର ରାଜଧାନୀ ନିବାସୀ କୁମାର ୨୦୧୦ରେ ଆଇଆଇଟି-ମୁମ୍ବାଇରେ ଇଣ୍ଟିଗ୍ରେଟେଡ୍‌ ଡୁଏଲ୍‌ ଡିଗ୍ରି କୋର୍ସରେ ନାମ ଲେଖାଇଥିଲେ ଏବଂ ୨୦୧୫ରେ ଡିଗ୍ରି ହାସଲ କରିଥିଲେ। ପ୍ରାରମ୍ଭରୁ ହିଁ ସେ ସରକାରୀ ଚାକିରି କରିବାକୁ ଚାହୁଁଥିଲେ।

ଭବିଷ୍ୟତରେ ସରକାରୀ ସେକ୍ଟର୍‌ରେ ଜଣେ ବଡ଼ ଅଫିସର ହେବେ ବୋଲି ସେ ବିଶ୍ୱାସ ରଖିଛନ୍ତି। ତାଙ୍କର କେତେକ ଆଇଆଇଟି ଡିଗ୍ରିଧାରୀ ବନ୍ଧୁ ଘରୋଇ ସେକ୍ଟର୍‌ରେ ଚାକିରି କରୁଛନ୍ତି। ସେମାନେ କେହି କୁମାରଙ୍କୁ ଗ୍ରୁପ୍‌ ‘ଡି’ ଚାକିରି ନ କରିବା ଜିଦ୍‌ ଛଡ଼ାଇ ପାରିଲେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe